ଆଗକାଳର ଆଇ ମା',ବୋଉ ର ହାତରନ୍ଧା ଉଷୁନା ଭାତ ସାଙ୍ଗକୁ ଗରମ ଗରମ କଙ୍କଡା ଡାଲମା, ମଣ୍ଡୁଆ କଙ୍କଡା ଡାଲମା ଆଉ ତା ସାଙ୍ଗରେ ଗରମ ଉଷୁନା ଭାତର ମଜା ଅଲଗା | friday special Nonveg item ! Kankada dalma |
ଆପଣମାନେ ବି ଘରେ ତିଆରି କରନ୍ତୁ କଙ୍କଡା ଡାଲମା ଆଉ ଗରମ ଗରମ ଖାଇବାର ମଜା ନିଅନ୍ତୁ & keep loving rosy's kitchen
Process of making-
ମଶୁର ଡାଲି -300ଗ୍ରାମକୁ କଡେଇରେ ଟିକେ ହାଲକା ଭାଜି ଦେବାପରେ,ସେଥିରେ ଟିକେ ଲୁଣ, ହଳଦୀ ଗୁଣ୍ଡ ପାଣି ଦେଇ ଦେବେ ଟିକେ ଫୁଟି ଗଲା ପରେ, ସେଥିରେ ଗୋଟେ ଚୋପା ଛଡା ଆଳୁ ବଡ ବଡ ଖଣ୍ଡ, ମାଟି ଆଳୁ ବା (ଦେଶୀ ଆଳୁ, ପୋଟଳ, କାଙ୍କଡ଼, ଆଉ କଖାରୁ କୁ ଚୋପା ଥାଇ ବଡ ବଡ ଖଣ୍ଡରେ କାଟି ପକେଇବେ, ପରିବା ଟିକେ ସିଜି ଆସିବା ବେଳକୁ, ଏପଟେ କଙ୍କଡା କୁ ଭଲ କି ଧୋଇ ସେଇଥିରେ ଲୁଣ ହଳଦୀ ଗୁଣ୍ଡ, ତେଲ ଟିକେ ଗୋଳେଇ ଦେବେ| ପିଆଜ ଗୋଟେ, ଅଦା ରସୁଣ ପେଷ୍ଟ 2ଚାମଚ, ଅଳ୍ପ ଟିକେ ତେଲ ନେବେ ତେଲରେ ଟିକେ ତେଜପତ୍ର, ଟିକେ ଗରମ ମସଲା ପକେଇଦେଇ ସେଇଥିରେ ଯେଉଁ ପିଆଜଟା ଦର ଦର ବଟା ହୋଇଥିବ ତାକୁ ପକେଇବେ ତାପରେ ଅଦା ରସୁଣ ପେଷ୍ଟ ଟିକେ ଭାଜି ହେଇ ଆସିଲେ ଟିକେ କାଶ୍ମୀର ଚିଲି ପାଉଡର ପକେଇବେ, ପୂର୍ବରୁ ଯେଉଁ କଙ୍କଡା ମ୍ୟାରିନେଟ କରି ରକହିଥିଲେ ତାକୁ ପକେଇ ଟିକେ କଷିଦେବେ, କଙ୍କଡା ଟା ଭଲ ଭାବରେ କଷି ହୋଇଗଲେ ତାକୁ ଡାଲମାରେ ପକେଇଦେବେ, ଜିରା ଲଙ୍କା ଟିକେ ଭାଜି ଦେଇ ତାକୁ ଗୁଣ୍ଡ କରି ସେଇ ଗୁଣ୍ଡ ଟିକେ ଦେବା, ତାପରେ ସ୍ୱାଦ ଅନୁସାରେ ଲୁଣ ଆଉ ଟିକେ ଚିନି ପକେଇବା, ଆଉ ଡାଲମା ତିଆରି କରିବା ତଡକା ଦେବନି ଏଇଟା କେମିତି ହେବ, ଏବେ ଆମେ ତଡକା ଦେବା | ତଡକାରେ ଘିଅ ଟିକେ ଦେବେ ଜିରା ସୋରିଷ ଶୁଖିଲାଲଙ୍କା ତେଜପତ୍ର ଏ ସବୁର ତଡକା ପ୍ରସ୍ତୁତ କରି ଡାଲମା ରେ ଦେଇଦେବେ| ପ୍ରସ୍ତୁତ ହେଇଗଲା ପୁରା ଖାଣ୍ଟି ଓଡ଼ିଆଣୀ କଙ୍କଡା ଡାଲମା |😋 ଆପଣମାନେ ଆଉ ଡେରି କଣ ପାଇଁ କରୁଛନ୍ତି ନିଜ ଘରେ ପ୍ରସ୍ତୁତ କରନ୍ତୁ କଙ୍କଡା ଡାଲମା| ଆଉ ଆମକୁ ମାନେ ରୋଜିସ୍ କିଚେନ ରେ ଭିଡ଼ିଓର ତଳେ କାମେଣ୍ଟ କରି ଜଣେଇବେ କେମିତି ହେଇଥିଲା କଙ୍କଡା ଡାଲମା |
(ମନରଖନ୍ତୁ କଙ୍କଡାକୁ ବେଶୀ ସମୟ ବାଛିକି ରଖିବେନି, ନହେଲେ କଙ୍କଡାରୁ ପାଣି ବାହାରିବ)
Mamas Choice Oil Contact
WhatsApp number -+918984430314
Toll free number - 18003099947 #mamaschoiceoil
stay tuned for the recipe 🙏🏻#crabdalma #crab curry #odiareels #odiafood #prawn #prawns #rosyskitchen #rosyskitchen #foodporn #foodstyling #foodreel @mamaschoiceoil
![](https://i.ytimg.com/vi/LsSPddwRx1E/maxresdefault.jpg)